Sunday, September 26, 2021
HomeOdishaନିୟମଗିରି ପାହାଡ଼ରେ କୁଇ ଭାଷାରେ ସଚେତନ କରାଉଛି ରଥ - Dharitri

ନିୟମଗିରି ପାହାଡ଼ରେ କୁଇ ଭାଷାରେ ସଚେତନ କରାଉଛି ରଥ – Dharitri


ବିଷମକଟକ,୧୭ା୫: ରାୟଗଡ଼ା ଜିଲାର ଅପହଞ୍ଚ ଇଲାକା ନିୟମଗିରି ପାହାଡ଼ରେ ପହଞ୍ଚିଛି କରୋନା। ୨ ଦିନ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ଏବଂ ବିଷମକଟକ ବ୍ଲକ୍‌ ଅଧୀନ ନିୟମଗିରି ପାଦଦେଶରେ ରହୁଥିବା ୧୭ ଡଙ୍ଗରିଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଅଧିକ ସତର୍କ ହୋଇଛି। ପାରମ୍ପରିକ ଜୀବନଶୈଳୀରେ ବିଶ୍ୱାସ ରଖୁଥିବା ଡଙ୍ଗରିଆମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ପ୍ରଶାସନର ସହଯୋଗରେ ଚାଟିକଣାସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ) ପକ୍ଷରୁ ଏକ ସ୍ବତନ୍ତ୍ର ସଚେତନତା ରଥ ବାହାରିଛି। ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ, କୁର୍ଲି ପଞ୍ଚାୟତର ସରପଞ୍ଚ ଡ୍ରିଞ୍ଜ ଜାକେଶିକା ଏହାର ଶୁଭାରମ୍ଭ କରିଥିଲେ। ଡିକେଡିଏର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀଙ୍କ ନେତୃତ୍ୱରେ ରଥ ଡଙ୍ଗରିଆମାନେ ରହୁଥିବା ବିଭିନ୍ନ ଗାଁ ବୁଲି ଲୋକଙ୍କୁ କୁଇ ଭାଷାରେ ସଚେତନ କରୁଛି। ମାସ୍କ ବ୍ୟବହାର, ବାରମ୍ବାର ହାତ ଧୋଇବା, ଜନଗହଳି ସ୍ଥାନରୁ ଦୁରେଇ ରହିବା, ସାମାଜିକ ଦୂରତ୍ୱ ରଖିବା ଏବଂ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଡଙ୍ଗରିଆମାନଙ୍କୁ ସଚେତନ କରାଯାଉଛି।


All Right Reserved By Dharitri.Com





Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments