ଯୁବଗୋଷ୍ଠୀ ଦ୍ବାରା ଆନ୍ଦ୍ରକୁ ଚାଲଣ ହେଉଥିବା ଗୋରୁ ଜବତ, ଜବତ ଗୋରୁ ଓ ଗାଡିକୁ ପୁଲିସକୁ ହାତରେ ଜିମାଦେଲେ ।

Spread the love


ରା,ଉଦୟଗିରି-(ଜେଏମଜେ ନ୍ୟୁଜ/ମନୋଜ ପାଢ଼ୀ): କିଛି ହେବ ଏହି ଅଞ୍ଚଳର ବିଭିନ୍ନ ହାଟରୁ ଗୋରୁ ଗାଡିରେ ଆନ୍ଦାକୁ ଚାଲଣ ହେଉଥିଲା ।ଏହି ଅଞ୍ଚଳର ଯୁବଗୋଷ୍ଠି ବହୁବାର ସ୍ଥାନୀୟ ପୁଲିଷକୁ
ଜଣାବା ସତେ ପୁଲିଷ ଗୋରୁ ବେପାରିଙ୍କୁ ଧରିନଥିଲେ । ଏହାପରେ ବାଧ୍ୟ ହୋଇ ସ୍ଥାନିୟ ଯୁବଗୋଷ୍ଠି ଗୋର ଚାଲଣ କରୁଥିବା ବେପାରୀକୁ ଧରିବାକୁ ସଜବାଜ ହୋଇଥି୍ଲେ । ଆଜି ସକାଳ ୬.୩୦ ସମୟରେ ସ୍ଥାନିୟ କାମଳାକ୍ରାନ୍ତ ମାଳବିଷୋଇ ଏବଂ ତାଙ୍କ ସାଙ୍ଗ ମାନେ ମିଶି ସକାଳ ଭମଣ କରିବାକୁ ଯାଉଥିବା ସମୟରେ ବ୍ରହ୍ମପୁର ରୁ ପାରଳାଖେମଣ୍ଡି ମୁଖ୍ୟ ରାସ୍ତା ଦେଇ ଏକ ବୋଲର ପିକାପ୍ ଗାଡି ନଂମ୍ବର OD02 DN 9757 ଗାଡିରେ ମହେନ୍ଦ୍ରଗଡ ପଟୁ ଆନ୍ଦ୍ରାକୁ ଧରି ଯାଉଥିବା ବେଳେ ଶ୍ରୀ ମାଳବିଷୋଇ ଏବଂ ତାଙ୍କ ସାଙ୍ଗ ମାନେ ମିଶି ଗୋରୁ ଚାଲଣ ଗାଡିକୁ ଅଟକାଇ ଗାଡି ସହ ୬ଟି ଗୋରୁ ଜବତ କରିଥିଲେ । ଏହି ଗାଡିରେ ଗାଡି ଚାଳକ ସହ ୩ ଜଣ ବ୍ୟକ୍ତି ଥିଲେ । ଏହି ବଷୟ ନେଇ ରା,ଉଦୟଗିରି ଥାଏରେ ଜଣାଥିଲେ । ଏହା ପରେ ସ୍ଥାନୀୟ ପୁଲିଷ ଘଟଣା ପହଞ୍ଚି ଯୁବଗୋଷ୍ଠି ଗାଡି ସହ ୬ଟି ଗୋରୁ ପୁଲିଷକୁ ହତାନ୍ତର କରିଥିଲେ । ଯୁବଗୋଷ୍ଠି ଅଭିଯୋଗ ପ୍ରକାରେ ଏନେଇ ରା,ଉଦୟଗିରି ଥାଏରେ ୬୩/୨୧ ମାମଲା କରୁକରି ଜବତ ହୋଇଥିବା ୬ଟି ଗୋରୁକୁ ସ୍ଥାନୀୟ ମନ୍ଦିର କମିଟିର ସଭାପତି ଯୁବରାଜ ସୁନ୍ଦରାୟ ପାତ୍ରକୁ ଜିମାଦିଆଯାଇ ସହ ଏହାର ଅଧିକ ତଦନ୍ତ ଚାଲିଛି ବୋଲି ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି । ଏହି କେସରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ । ଏହା ପୂର୍ବ ପ୍ରତି ହାଟରୁ ଗୋରୁ ବେପାରିମାନେ ହାଟରୁ କିଣି ଏହି ଅଞ୍ଚର କିଛି ଲୋକମାନଙ୍କ ଦ୍ବାରା ଚଲେଇ ଚଲେଇ ନେଇ ନେଉଥିବା ଦେବାକୁ ମିଳୁଥିଲା । କରୋନା କଟକଣାର ସୋଜଗ ନେଇ କିଛି ଦିନ ହେବ ଗାଡିରେ ଗୋରୁ ଚାଲଣ ହେଇଆସୁଥିଲା ।



Source link

Leave a Reply

Your email address will not be published. Required fields are marked *

%d bloggers like this: