ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ କବିସୂର୍ଯ୍ୟନଗର ପେଟ୍ରୋଲ ପମ୍ପ ଆଗରେ ଧାରଣା

Spread the love


କବିସୂର୍ଯ୍ୟନଗର (ଜେଏମଜେ ବ୍ୟୁରୋ ): ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଲିଟର ଶହେ ଟପିଲାଣି । ତେଣୁ ଏଆଇସିସିର ଆହ୍ୱାନ କ୍ରମେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି । ରାଜ୍ୟ କଂଗ୍ରେସ କର୍ମୀମାନେ ଏହି ଧାରଣାରେ ସାମିଲ୍ ହୋଇଛନ୍ତି । ତୈଳ ଦର ହ୍ରାସ କରିବା ସହ ଟ୍ୟାକ୍ସ ପ୍ରତ୍ୟାହାର ନେଇ ଦଳ ପକ୍ଷରୁ ଦାବି କରାଯାଇଥିବା ଜଣାପଡ଼ିଛି । କରୋନାରେ ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସରକାର ଏହି ସମୟରେ ଦୈଳ ଦର ବଢ଼ାଇ ଚାଲିଛନ୍ତି । ଏହା ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତୈଳ ଦର ସହ ଅନ୍ୟାନ୍ୟ ସାମଗ୍ରୀର ଦାମ ବୃଦ୍ଧି ପାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଅବସରରେ ଆଜି କଂଗ୍ରେସ ପକ୍ଷରୁ କବିସୂର୍ଯ୍ୟନଗର ପେଟ୍ରୋଲ ପମ୍ପ ଆଗରେ ବ୍ଲକ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଧାରଣା ଦିଆଯାଇଥିଲା. ଏହି ଆନ୍ଦୋଳନ ରେ ବସନ୍ତ ଗୌଡ଼, ସାଗର ପାତ୍ର, ଅଶୋକ କୁମାର ନାହାକ, ପିଣ୍ଟୁ ମଣ୍ଡଳ, ସରୋଜ ଜେନା, ରଂଜିତ ପଟ୍ଟନାୟକ, ବୈକୁଣ୍ଠ ଜେନା, ଓ ନିମାଇ ପ୍ରମୁଖ ଯୋଗଦେଥିଲେ.



Source link

Leave a Reply

Your email address will not be published. Required fields are marked *

%d bloggers like this: