ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ – Dharitri

Spread the love


ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍‌। ଏଭଳି ଏକ ଅଭାନୀୟ ଘଟଣା ଘଟିଛି ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ରଜ ପାଖେଇ ଆସୁଥିବାରୁ ଗ୍ରାହକଙ୍କୁ ଲୁଚାଛପାରେ ଦୋକାନ ଭିତରକୁ ନିଆଯାଉଥିଲା। ପରେ ସଟର ପକାଇ ଭିତରେ ଲୁଗା ବିକ୍ରି ଚାଲିଥିଲା। ଲକ୍‌ଡାଉନ୍‌ ନିୟମକୁ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଦୋକନ ସିଲ୍‌ ଏବଂ ଗିରଫ କରାଯିବ ବୋଲି ଗୁରୁବାର ପୋଲିସ କମିଶନର ଚେତାବନୀ ଦେଇଥିଲେ। ତାହା ସତ୍ତ୍ୱେ ଏଭଳି ଲୁଚାଛପା ବେପାର ଚାଲିଛି, ଯାହା ଚିନ୍ତା ବଢ଼ାଉଛି।

The post ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ appeared first on Dharitri Odia News.



Source link

Leave a Reply

Your email address will not be published. Required fields are marked *

%d bloggers like this: