Sunday, September 26, 2021
HomeGanjamପୋଖରୀ ନିର୍ମାଣ ନା’ ରେ ମହା ଦୁର୍ନୀତି,ତଦନ୍ତ ଦାବୀ କଲେ ଗ୍ରାମବାସୀ.

ପୋଖରୀ ନିର୍ମାଣ ନା’ ରେ ମହା ଦୁର୍ନୀତି,ତଦନ୍ତ ଦାବୀ କଲେ ଗ୍ରାମବାସୀ.


ଜଗନ୍ନାଥ ପ୍ରସାଦ:(ଜେଏମଜେ ବ୍ୟୁରୋ /କୃଷ୍ଣ ଚନ୍ଦ୍ର ପଲେଇ ): ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତ ର ମହୁଲିଆଗଡ ପୋଖରୀ ନବିକରଣ ପାଇଁ 2019 -20 ରେ 80ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ 2020-21 ଆର୍ଥିକ ବର୍ଷ ପାଇଁ 5 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ହେଲେ ମାତ୍ର ପୋଖରୀ ନବିକରଣ ର ଧଯ୍ୟା ଉଡାଜାଇଛି । ପୋଖରୀରେ ଆଜି ସୁଧା ପାଣି ମହଜୁଦ ଅଛି ।
ପୋଖରୀର ନବିକରଣ ପାଇଁ ପଙ୍କ ଉଦ୍ଧାର ଅତି ଜରୁରୀ ଥିବା ବେଳେ ପଙ୍କ ଉଦ୍ଧାର କରାଯାଇ ନଥିବା ଜଣାପଡିଛି । ପୋଖରୀ ହିଡର ଗାଡ଼ୱାଲ ଅତି ନିମ୍ନମାନର ହେଇଥିବାରୁ ଚଳିତବର୍ଷ ପ୍ରଥମ ବର୍ଷା ରେ ହିଁ ଗାଡୱାଲ ଟି ଭୁଷୁଡ଼ି ପଡିଥିବା ଦେଖାଯାଇଛି ।
ଗ୍ରାମବାସୀ ଏ ସଂକ୍ରାନ୍ତରେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ା ହେଲେ ସେଠାରେ ଆମ ନ୍ୟୁଜ ଟିମ୍ ପହଞ୍ଚି ଥିଲୁ ସେଠାରେ ଆମେ ସରଜମି ର ସତ୍ଯାସତ୍ଯ ଫୋଟୋ ଚିତ୍ର କୁ ଉତ୍ତୋଳନ କରିଥିଲୁ । ହେଲେ ଏହାର ତଦନ୍ତ ପୁର୍ବକ ମିଳିତ କ୍ରିୟାନୁଷ୍ଠାନ ନ ନେଲେ ଗ୍ରାମ ବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ କ୍ଯାମରା ଆଗରେ ରୋକଠୋକ ଭାବେ ଚେତାବନୀ ଦେଇଛନ୍ତି । ଜଗନ୍ନାଥପ୍ରସାଦ ବ୍ଲକ ର ଗୋଷ୍ଠିଉନ୍ନୟନ ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କ ଠାରୁ ପ୍ରତିକ୍ରିୟା ନେବାପାଈଁ ବାରମ୍ବାର ଚେଷ୍ଟା କରାଯାଈଥିଲେ ମଧ୍ୟ ଯୋଗାଯୋଗ ହେଈପାରିନଥିଲା ତାଙ୍କୁ ନ ପାଇବା ସତ୍ତ୍ୱେ whatsaap ମାଧ୍ୟମରେ ଜଣାଇବା ସତ୍ତ୍ୱେ କୌଣସି ପ୍ରତିକ୍ରିୟା ଏଯାବତ ହସ୍ତଗତ ହୋଇ ନଥିବା ଜଣାପଡିଛି ା ଏହାର
ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାଯ୍ୟlନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।



Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments