ବାଲିଗୁଡା :ଟ୍ରାକ୍ଟର ତଳେ ଚାପି ହୋଇ ଶିଶୁ ମୃତ – JMJ NEWS

Spread the love


ବାଲିଗୁଡା,୨୨/୦୬.(ଜେଏମଜେ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଂଗଡ ଥାନା ପାବୁରିଆ ନିକଟସ୍ଥ ତଳ ଡାମିଗୁଡା ଗ୍ରାମରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକ ଇଟା ବୋଝେଇ ଟ୍ରାକ୍ଟର ନଂ. (OR12A-6492) ଇଟାନେଇ ଯାଉଥିବା ସମୟରେ ହଠାତ୍ ଡାମିକିଆ ଗ୍ରାମର ସୁବାଷ ପ୍ରଧାନଙ୍କ ୫ବର୍ଷର ପୁଅ ସହନ ପ୍ରଧାନ ଟ୍ରାକ୍ଟର ସାମ୍ନାକୁ ଆସିଯାଇଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଭାରସାମ୍ୟ ହରାଇଥିବା ବେଳେ ଶିଶୁ ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ସହନକୁ ଟିକାବାଲି ବ୍ଲକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ସହନଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣା ସ୍ଥଳରେ ସାରଂଗଡ ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଶିଶୁଟିର ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।



Source link

Leave a Reply

Your email address will not be published. Required fields are marked *