ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ. – JMJ NEWS

Spread the love


ସୋରଡ଼ା :(ଜେଏମଜେ ବ୍ୟୁରୋ) : ଋଷିକୁଲ୍ୟା ନଦୀ ପଠାରୁ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ଥାନା ପୁଷ୍ପନଗର ଅଞ୍ଚଳରେ । ସୂଚନା ମୁତାବକ ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ମୁଣ୍ଡ ବିହୀନ ଗଳିତ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ମୁତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ନଥିବା ବେଳେ ସୋରଡା ଓ ଗଙ୍ଗାପୁର ପୋଲିସ ଆସ୍କା ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ଅଧିକା ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଦେହଟିକୁ ୪ରୁ ୫ ଦିନ ହୋଇଯାଇଥିବାରୁ ପଚି ନଷ୍ଟ ହୋଇଯାଇଛି । ତେବେ କିଏ କେଉଁ କାରଣରୁ ହତ୍ୟା କରି ଏଠାରେ ଆଣି ଫୋପାଡ଼ି ଚାଲିଯାଇଛି ତାହା ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ପହଁଚିବା ପରେ ଘଟଣା ରହସ୍ୟ ଜଣାପଡିବ ।



Source link

Leave a Reply

Your email address will not be published. Required fields are marked *