ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବରଙ୍ଗପୁର ସାଂସଦଙ୍କ ଅନୁରୋଧ ପତ୍ର

Spread the love


କୋଟପାଡ଼:(ଜେଏମଜେ ନ୍ୟୁଜ/ରଶ୍ମିତା ପାଣିଗ୍ରାହୀ):ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଏକ ଅନୁରୋଧ ପତ୍ର ମାଧ୍ୟମରେ ମୋଟ ୩ ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିବା ଖବର ହସ୍ତଗତ ହୋଇଛି।ଏହି ପତ୍ରରେ ଶ୍ରୀ ମାଝୀ ତାଙ୍କ ସଂସଦୀୟ କ୍ଷେତ୍ର ମଧ୍ୟରେ ଥିବା ୩ ଗୋଟି ସ୍ଥାନର ନାମ ଉଲ୍ଲେଖ କରିଛନ୍ତି ସେଗୁଡିକ ହେଲା ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ, କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ ଓ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ।ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ର ବିକାଶ ଓ ପ୍ରସାର ପାଇଁ ମାନ୍ୟବର ସଂସଦଙ୍କ ଏହି ପ୍ରୟାସକୁ ସବୁ ସ୍ତରରେ ଉଚ୍ଚ ପ୍ରଶଂସା କରାଯାଇଥିବାବେଳେ ନିଶ୍ଚିତ ଭାବେ ଏହି ପ୍ରୟାସ ଶିକ୍ଷା ର ଦିଗବଳୟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହୃଦୟତା ସହ ଏହି ପ୍ରସ୍ତାବ କୁ କେବେ ଗ୍ରହଣ କରି କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।



Source link

Leave a Reply

Your email address will not be published. Required fields are marked *