ବେଗୁନିଆପଡ଼ା ନୂଆବନ୍ଧ ନବ ନିର୍ମିତ ଗାର୍ଡ ୱ।ଲ ଭୁଶୁଡ଼ିଲା।

Spread the love




ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେଗୁନିଆପଡ଼ା ପଞ୍ଚାୟତର ସିଦ୍ଧେଶ୍ୱର ନୂଆବନ୍ଧ ପୋଖରୀକୁ ଆଦର୍ଶ ପୋଖରୀରେ ପରିଣତ କରିବା ପାଇଁ ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ ଏହାର ଗାର୍ଡ଼ ୱାଲ୍ ମଙ୍ଗଳବାର ଦିନ ଭୁଶୁଡି ପଡିଛି । ଆଜି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ଏହି ଗାର୍ଡ ୱ।ଲ ଟି ଭୁଶୁଡି ଯାଇ ତଳେ ପଡିଯାଇଛି। ଏହି ସୁରକ୍ଷା ପାଚେରୀର ମୂଳଦୁଆ ଠିକସେ ହୋଇନଥିବା ଯୋଗୁଁ ଏହା ଭୁଶୁଡି ଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଗରୁ ସିଧେଶ୍ୱର ମନ୍ଦିର ସମ୍ମୁଖରେ ଏହି ପୋଖରୀ ଥିବା ବେଳେ ଏହାକୁ ଆଦର୍ଶ ପୋଖରୀ ରେ ପରିଣତ କରିବା ସହ ଏହାର ଚାରି ପାଖରେ ମାଟି ନ ଭୁଶୁଡିବା ପାଇଁ ବଡ ଆକାରର ସୁରକ୍ଷା ପାଚେରୀ କରାଯାଇଥିଲା । ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡାଙ୍କ ସହ ଯୋଗାଯୋଗ ପରେ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ଏହି ଆଦର୍ଶ ପୋଖରୀ ନିର୍ମାଣ ହେବାକୁ ଯାଉଥିବା ବେଳେ ଏହାର ନିର୍ମାଣ ଉପରେ ବିଭାଗ ଯଥେଷ୍ଟ ଧ୍ୟାନ ଦେବା ପାଇଁ ଦାବୀ ହୋଇଛି।ବେଗୁନିଆପଡ଼ା ରୁ କବିତା ନାୟକଙ୍କ ରିପୋର୍ଟ ତର୍ଜମା ନ୍ୟୁଜ୍




Source link

Leave a Reply

Your email address will not be published. Required fields are marked *