ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୭ ଜୀବନ – Dharitri

Spread the love


ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ବୁଧବାର ରାଜ୍ୟରେ କରୋନାଜନିତ ୬୭ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫,୩୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ କେବଳ ଭୁବନେଶ୍ୱରରୁ ୧୩ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁୁ ୮, ବରଗଡ଼ରୁ ୭ ଓ ନବରଙ୍ଗପୁରରୁ ୬ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଅନୁଗୋଳ, ପୁରୀ ଓ ରାୟଗଡ଼ା ଜିଲାରୁ ୫ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳିି ଢ଼େଙ୍କାନାଳରୁ ୪, କନ୍ଧମାଳ ଓ ମୟୁରଭଞ୍ଜରୁ ୨ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ନୂଆପଡ଼ାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

 


All Right Reserved By Dharitri.Com





Source link

Leave a Reply

Your email address will not be published. Required fields are marked *