Sunday, September 26, 2021
HomeGanjamଦୂଷିତ ପାନୀୟ ଜଳଯୋଗାଣକୁ ବିରୋଧ କରି ଭାଜପା ର ଦାବିପତ୍ର – JMJ NEWS

ଦୂଷିତ ପାନୀୟ ଜଳଯୋଗାଣକୁ ବିରୋଧ କରି ଭାଜପା ର ଦାବିପତ୍ର – JMJ NEWS


କୋଟପାଡ଼:(ଜେଏମଜେ ନ୍ୟୁଜ /ରଶ୍ମିତା ପାଣିଗ୍ରାହୀ): କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଦୂଷିତ ଜଳଯୋଗାଣ କୁ ବିରୋଧ କରି ଭାରତୀୟ ଜନତା ପାର୍ଟି ତରଫରୁ ଏକ ଦାବିପତ୍ର ବିଭାଗୀୟ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।ଜିଲ୍ଲା ଭାଜପା ସମ୍ପାଦକ ଶ୍ରୀ ରାମେଶ୍ୱର ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ଦାବିପତ୍ର ପ୍ରଦାନ କରିଥିଲେ।ଏହି ଦାବିପତ୍ର ରେ କ୍ରମାଗତ ୧୫ ଦିନ ହେବ ବୈଷୟିକ ତ୍ରୁଟି ପାଇଁ ଦୂଷିତ ଜଳଯୋଗାଣ କରାଯାଉଥିବା ଉଲ୍ଲେଖ କରାଯାଇଛି।ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଏହି ସମସ୍ୟାର ଆଶୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଭି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିଲେ।ଯେହେତୁ ଦୂଷିତ ଜଳ ଯୋଗାଣ ଦ୍ୱାରା ଲୋକେ ଏହି ପାଣି ଯଦି ପିଅନ୍ତି ତେବେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତେ ଦାବୀ କରିଥିଲେ।ଏହି ଅବସରରେ ଜିଲ୍ଲା ଭାଜପା ସମ୍ପାଦକ ଶ୍ରୀ ରାମେଶ୍ୱର ଜେନା ପ୍ରକାଶ କରିଛନ୍ତି ଯେ ନବୀନ ସରକାର ଦୀର୍ଘ ୨୧ ବର୍ଷ ଶାସନ କରି ବିକାଶ ର ଡିଣ୍ଡିମ ପିଟି ବୁଲୁଥିବାବେଳେ ନଗ୍ନ ସତ୍ୟ ଲୋକ ସାମ୍ନା ରେ ଆସିସାରିଛି।ଜନସାଧାରଣଙ୍କୁ ଦୂଷିତ ଜଳଯୋଗାଣ ବିକାଶର ଏକ ଉଦାହରଣ ନୁହେଁ କି ବୋଲି କହିବା ସହ ତୁରନ୍ତ ଜଳ ଯୋଗାଣ ବିଭାଗ ଏହି ସମସ୍ୟାର ଆଶୁସମାଧାନ ନ କଲେ ରାଜରାସ୍ତାକୁ ଓହ୍ଲାଇବା ଛଡା ଅନ୍ୟ କିଛି ବିକଳ୍ପ ପନ୍ଥା ନାହିଁ ବୋଲି ପ୍ରକାଶ କରିଛନ୍ତି।ଏହି ଦାବିପତ୍ର ପ୍ରଦାନ ସମୟରେ ପ୍ରଦୀପ ରଥ,ଚନ୍ଦ୍ର ଶେଖର ଦାସ,ସୁନୀଲ ଦାସ,ଦିଲ୍ଲୀପ ଦାସ,ରାଜ ମହାନ୍ତି, ସନ୍ତୋଷାନନ୍ଦ ହୋତା ପ୍ରମୁଖ ଉପସ୍ଥିତ ଥିଲେ।



Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments