ରାଧେଶ୍ୟାମସୁନ୍ଦର ମନ୍ଦିର ପରିସରରେ ବନବିଭାଗ ତରଫରୁ ବୃକ୍ଷରୋପଣ

Spread the love


କୋଟପାଡ:(ଜେଏମଜେ ନ୍ୟୁଜ/ରଶ୍ମିତା ପାଣିଗ୍ରାହୀ):କୋଟପାଡ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ କେନ୍ଦୁଗୁଡାଠାରେ ଅବସ୍ଥିତ ରାଧେଶ୍ୟାମସୁନ୍ଦର ମନ୍ଦିର ପରିସରରେ ବନବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଭିନ୍ନ କିସମର ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା।ଆଗାମୀ ଦିନମାନଙ୍କରେ ଭି ବନବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୋଟପାଡ଼ ରେଞ୍ଜର ଶ୍ରୀମତି ଲିସମିତା କଅଁର କହିଛନ୍ତି।ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶ୍ରୀକ୍ରିଷ୍ଣା ଚୈତନ୍ୟ ମଠରକ୍ଷକ ସନ୍ତୋଷ ଦାସ ବ୍ରହ୍ମଚାରୀ,ବଳରାମ ଦାସ ବ୍ରହ୍ମଚାରୀ,ତ୍ରିଲୋକରାମ ଦାସ ବ୍ରହ୍ମଚାରୀ,ବନବିଭାଗର ରେଞ୍ଜ ଅଧିକାରୀ ଶ୍ରୀମତୀ ଲିସମିତା କଅଁର,ଆଇନଜୀବୀ ପ୍ରଦୀପ ବକ୍ସି,ଆଇନଜୀବୀ ଜିତେନ୍ଦ୍ରନାଥ ମହାପାତ୍ର, ପ୍ରେସକ୍ଳବ ସଭାପତି ପଙ୍କଜ କୁମାର ପାତ୍ର,ମିଡିଆ ସେଲ ସଭାପତି ହରିଶ ପଟନାୟକ ସହ ମଠର ବ୍ରହ୍ମଚାରୀ ସହ ବନବିଭାଗ କର୍ମଚାରୀମାନେ ଉପସ୍ଥିତ ଥାଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।



Source link

Leave a Reply

Your email address will not be published. Required fields are marked *