ରୂପା ଅଳଙ୍କାର ଡକାୟତି ଘଟଣାର ଖୁଲାସା କଲା କୋଦଳା ପୋଲିସ । ଜଣେ ଅଭିଯୁକ୍ତ ଗିରଫ, ୨ ଫେରାର ।

Spread the love


କୋଦଳା: (ଜେଏମଜେ ନ୍ୟୁଜ/କୃଷ୍ଣ ଚନ୍ଦ୍ର ପଲେଇ): ଗତ ଜୁଲାଇ ୫ ତାରିଖରେ କୋଦଳା ଠାରେ ଜଣେ ରୂପା ଅଳଙ୍କାର ବ୍ଯବସାୟୀଙ୍କ ଠାରୁ ପାଞ୍ଚ କିଲୋ ରୂପା ଅଳଙ୍କାର ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି କୋଦଳା ପୋଲିସ। ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଜୁଲାଇ ୫ ତାରିଖ ସକାଳ ୮ ଟା ବେଳେ କୋଦଳା ଖରୁଡା ସାହିର ଶିବରାମ ସେନାପତି ନିଜର ମୋଟର ସାଇକେଲ ଡିକିରେ ପ୍ରାୟ ୫ କେଜି ରୂପା ଅଳଙ୍କାର ଧରି ଦିଗାପଡା ରାସ୍ତାରେ ଥିବା ନିଜର ରୂପା ଅଳଙ୍କାର ଦୋକାନକୁ ଯାଇଥିବା ବେଳେ ଗାଡିକୁ ଦୋକାନ ସମ୍ମୁଖରେ ରଖି ଦୋକାନ ତାଲା ଖୋଲୁଥିଲେ ।ତେବେ ଠିକ୍ ଏହି ସମୟରେ ହଠାତ୍ ଦୁଇଜଣ ଅଜଣା ବ୍ଯକ୍ତି ମୁହଁରେ ମାକ୍ସ ପିନ୍ଧି ଗୋଟିଏ କଳା ରଙ୍ଗର ମୋଟର ସାଇକେଲରେ ଆସିଥିଲେ। କିଛି ବୁଝିବା ପୂର୍ବରୁ ଶିବରାମକଂ ଡିକି ଭାଙ୍ଗି ତା ଭିତରେ ଥିବା ସମସ୍ତ ରୂପା ଅଳଙ୍କାର ନେଇ ନିମିଶକ ମଧ୍ୟରେ କେଉଁଆଡ଼େ ଅନ୍ତର୍ଧାନ ହୋଇ ଯାଇଥିଲେ। ଏହାପରେ ଶିବରାମ କୋଦଳା ଥାନାରେ ଏତଲା ଦେଇଥିଲେ। ଦୀର୍ଘ ୧୫ ଦିନ ପରେ କୋଦଳା ପୋଲିସ ଏନେଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତଙ୍କ ଜଣକ କୋଦଳା ରେଞ୍ଜର ବଂଗଳାର ରାଂଗା ପ୍ରଧାନ ବୋଲି ଜଣାପଡିଛି। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଛୋଟୁ ବିଜୟ ପ୍ରଧାନ ଏବଂ ଗୁଣୀ ପ୍ରଧାନ ବୋଲି ସୂଚନା ମିଳିଛି। ଏହି ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଧରାଯିବାକୁ ଜାଲ ବିଛାଯାଇଥିବା ସୂଚନା ଦେଇଛି ପୋଲିସ। କୋଦଳା ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କ ଗତିବିଧି ଲକ୍ଷ୍ଯ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ୪ କେଜି ୫୦୦ ଗ୍ରାମ ରୂପା ଅଳଙ୍କାର ଜବତ କରାଯାଇଛି। ରୂପା ଅଳଙ୍କାରର ଆନୁମାନିକ ମୂଲ୍ଯ  ଲକ୍ଷ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ।



Source link

Leave a Reply

Your email address will not be published. Required fields are marked *