ଶାନ୍ତି ପ୍ରତିଷ୍ଠାର ଦାୟିତ୍ୱ – Dharitri

Spread the love


ଜୁଆନ ମାନ୍ୟୁଏଲ ସାଣ୍ଟୋସ

ଇଂଲିଶ କବି ଜନ୍‌ ମିଲ୍‌ଟନ ତାଙ୍କ ‘ପାରାଡାଇଜ୍‌ ଲଷ୍ଟ୍‌’ କବିତାରେ ଏକ ସଶସ୍ତ୍ର ଯୁଦ୍ଧର ଅବସାନ ଘଟାଇ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଆବଶ୍ୟକ ସଂଗ୍ରାମର ମୌଳିକ ସତ୍ୟକୁ ପ୍ରକାଶ କରିଛନ୍ତି। ତାଙ୍କ ମତରେ- ଯିଏ ବଳ ପ୍ରୟୋଗ କରି ବିଜୟ ଲାଭ କରିଛି ବୋଲି ଭାବିବ ସେ ତା’ଶତ୍ରୁକୁ ଅଧା ଜିତିଛି ବୋଲି ବୁଝିବାକୁ ପଡ଼ିବ। ଏହା ସୂଚାଉଛି କି ସମସ୍ୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେଲେ କେବଳ ବଳ ପ୍ରୟୋଗ ନୁହେଁ, ବରଂ ଆମକୁ ସୁଚିନ୍ତିତ ରଣକୌଶଳ ସହ ଆଗେଇବାକୁ ହେବ। ମୋ ବିଚାରରେ ଏହି ଅନ୍ତର୍ଦୃଷ୍ଟି କଳମ୍ବିଆର ଦୀର୍ଘଦିନର ଅତି ଭୟଙ୍କର ଗୃହଯୁଦ୍ଧର ଅବସାନ ପାଇଁ ନକ୍ସା ପ୍ରସ୍ତୁତ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିତ୍ଲା। ସାମ୍ପ୍ରତିକ ସମୟରେ ଆମେ ସାମ୍ନା କରୁଥିବା ବିଶ୍ୱର ସମସ୍ୟାଗୁଡ଼ିକ ପାଇଁ ଏହାର ମଧ୍ୟ ବହୁ ପ୍ରାସଙ୍ଗିକତା ରହିଛି। ଶାନ୍ତି ପ୍ରତିଷ୍ଠା କରିବା ଲାଗି ଜଣେ ନେତା ଆଶା ଓ ବିଶ୍ୱାସ ବଢ଼ାଇବା ଆବଶ୍ୟକ । ଦୟା,ସାମ୍ୟଭାବ ଆଧାରରେ ଓ ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ଦୂରଦୃଷ୍ଟି ସମ୍ପନ୍ନ ନୀତିଗୁଡ଼ିକୁ ସମର୍ଥନ କରିବା ଉଚିତ। ଏବେ କୋଭିଡ୍‌-୧୯ ମହାମାରୀ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଏହା ମଧ୍ୟ ଏକ ମୂଲ୍ୟବାନ ଦୃଷ୍ଟିକୋଣ। ଭବିଷ୍ୟତରେ ଆହୁରି ଅନେକ ସଙ୍କଟ ଓ ବାଧାବିଘ୍ନ ଆସିବ । ଏଣୁ ଏହାକୁ ସାମ୍ନା କରିବା ଭଳି ଏକ ଶକ୍ତ ପୃଥିବୀ ଗଠନ କରିବାରେ ଜନ୍‌ ମିଲଟନ୍‌ଙ୍କ ଦୃଷ୍ଟିକୋଣର ଆବଶ୍ୟକତା ରହିଛି।
କୋଭିଡ୍‌ ମହାମାରୀରେ ମାନବଜାତିର ସାମଗ୍ରିକ ଅନୁଭବ ଆମକୁ ସ୍ମରଣ କରାଇ ଦେଇଛି ଜୀବନ କେତେ ମୂଲ୍ୟବାନ, ପୁଣି କେତେ ଦୁର୍ବଳ । ଜୀବନରେ ନିହିତ ନିବିଡ଼ ସମ୍ପର୍କ ଉପରେ ଏହା ମଧ୍ୟ ଜଣାଇଦେଇଛିି। ପୃଥିତ୍ବୀରେ ପ୍ରତ୍ୟେକ ବ୍ୟକ୍ତିର ସ୍ଥିତି କିଭଳି ଆମ ଭାଇ, ଭଉଣୀ ଏବଂ ପଡ଼ୋଶୀ ତଥା ପୂର୍ବଜ ଏବଂ ପରପିଢିଙ୍କ ସହିତ ଦୃଢ ଭାବେ ଯୋଡ଼ି ହୋଇଛି ତାହା ମହାମାରୀ ଆମକୁ ମନେ ପକାଇଦେଇଛି। ମହାମାରୀ ପରେ ଆମେ ସୁଧାର ଆଣି ଆମ ଭବିଷ୍ୟତକୁ ପୁଣି ଗଢ଼ିବାକୁ ଯାଉଛୁ। ଏଥିତ୍ପାଇଁ ପୂର୍ବରୁ ସଫଳ ହୋଇଥିତ୍ବା ନେତାମାନଙ୍କଠାରୁ ଆମକୁ ପ୍ରେରଣା ନେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ନେଲ୍‌ସନ ମଣ୍ଡେଲାଙ୍କଠାରୁ ଆଉ ଭଲ ଆଦର୍ଶ ବା ପ୍ରେରଣା କେହି ନାହାନ୍ତି ବୋଲି କୁହାଯାଇପାରେ। ସେ ଥିଲେ ଅସୀମ ସାହସର ଅଧିକାରୀ। ପ୍ରତିବଦ୍ଧତାର ଖାଣ୍ଟି ମଣିଷ। ସେ ଜାତିଗତ ଉପତ୍ୀଡନ ଭଳି ଖରାପ ବ୍ୟବସ୍ଥାକୁ ଦୃଢ ବିରୋଧ କରି ତାଙ୍କ ସମୟରେ ଜଣେ ଶ୍ରେଷ୍ଠ ଶାନ୍ତିପ୍ରତିଷ୍ଠାତା ହୋଇଥିଲେ। ମଣ୍ଡେଲା ପାଖାପାଖି ତିନି ଦଶନ୍ଧି ଧରି ଜେଲ୍‌ରେ ରହି ସ୍ବାଧୀନତା ପାଇଁ ଲୋକମାନଙ୍କୁ ନେତୃତ୍ୱ ପ୍ରଦାନ କରୁଥିଲେ। ସେ ଦକ୍ଷିଣ ଆଫ୍ରିକାରେ ଏକ ଦୃଢ, ସହନଶୀଳ ତଥା ବହୁଜାତୀୟ ଲୋକତନ୍ତ୍ର ପ୍ରତିଷ୍ଠା କରିଯାଇଛନ୍ତି ଯାହା ଏବେ ଚାଲିଛି। ଭେଦଭାବ ଦୂର କରି ଶାନ୍ତି ପ୍ରତିଷ୍ଠାର ଏହା ହିଁ ଶ୍ରେଷ୍ଠ ନିଦର୍ଶନ।
ମଣ୍ଡେଲାଙ୍କର ବିନମ୍ରତା ଓ ଲୋକତନ୍ତ୍ରରେ ତାଙ୍କର ଦୃଢ ବିଶ୍ୱାସ ହିଁ ତାଙ୍କୁ ଆଧୁନିକ ଦକ୍ଷିଣ ଆଫ୍ରିକାର ଭିତ୍ତି ସ୍ଥାପନ କରିବାରେ ସହାୟକ ହୋଇଥିଲା। ତାଙ୍କର ଏହି ସବୁ ଗୁଣକୁ ମଧ୍ୟ ବିଶ୍ୱ ଗଭୀର ଭାବେ ଅନୁଭବ କରିଛି। କାରଣ ଉପନିବେଶବାଦ, ଜାତିବାଦ ଏବଂ ଭେଦଭାବ ବିରୋଧରେ ଅନ୍ତଜାର୍ର୍ତୀୟ ସ୍ତରରେ ବିରୋଧକୁ ବ୍ୟାପକ କରିବାରେ ମଣ୍ଡେଲା ଥିଲେ ପୁରଧା। ତାହାକୁ ଦୃଷ୍ଟିରେ ରଖି ସେ ସବୁବେଳେ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଂଗ୍ରାମକୁ ବିଶ୍ୱ ଦରବାରରେ ଉପସ୍ଥାପନ କରୁଥିଲେ। ମାନବ ଜାତିର କଲ୍ୟାଣ ଲାଗି ତାଙ୍କ ସଂଗ୍ରାମ ଓ ଘୋଷଣାକୁ ସମର୍ଥନ କରି ‘ଦି ଲିଡର’ ପ୍ରତିଷ୍ଠା କରାଯାଇଛି। ଏହା ମଣ୍ଡେଲାଙ୍କ ନିଷ୍ପତ୍ତିରେ ହିଁ କରାଯାଇଛି ଯେଉଁଥିରେ ମୁଁ ଏବେ ଜଣେ ସଦସ୍ୟ ଭାବେ ରହିଛି। ଜୁଲାଇ ୨୦୦୭ରେ ଜୋହାନ୍ସବର୍ଗରେ ଉକ୍ତ ସଂସ୍ଥାର ପ୍ରତିଷ୍ଠା ଉପଲକ୍ଷେ ଆୟୋଜିତ ଉତ୍ସବରେ ସେ ତାଙ୍କ ଭାଷଣ ମାଧ୍ୟମରେ ସଦସ୍ୟମାନଙ୍କ ଉପରେ ଗୁରୁଦାୟିତ୍ୱ ଲଦି ଦେଇଥିତ୍ଲେ। ବହୁମତ ଆଧାରରେ ଏହା କରାଯାଇଥିଲା। ସେ ସେଠାରେ କହିଥିଲେ ଯେ, ଯେଉଁଠି ଭୟ ରାଜୁତି କରୁଛି ସେଠାରେ ସାହସକୁ ସମର୍ଥନ କର, ଯେଉଁଠି ଯୁଦ୍ଧ ଲାଗିଛି ସେଠାରେ ବୁଝାମଣା କର ଏବଂ ଯେଉଁଠି ନିରାଶା ରହିଛି ସେଠାରେ ଆଶା ସଞ୍ଚାର କର। କୋଭିଡ୍‌ ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ ଓ ଆଣବିକ ଅସ୍ତ୍ର ଭଳି ବୃହତ୍‌ ବିପଦକୁ ନଜରରେ ରଖି ମଣ୍ଡେଲାଙ୍କ ଉକ୍ତ ଦୃଷ୍ଟିକୋଣ ପ୍ରତି ପୂର୍ବାପେକ୍ଷା ଆମେ ଏବେ ଅଧିକ ପ୍ରତିବଦ୍ଧତା ପ୍ରକାଶ କରିବା ଦରକାର। ଶୀଘ୍ର ଏହା ଉପରେ ବିଶ୍ୱର ନେତାମାନଙ୍କର ସ୍ପଷ୍ଟ ସ୍ବୀକୃତି ଆମର ଦରକାର, ଯାହା ବିଭିନ୍ନ ବିଷୟରେ ସାମାଜିକ ସମତାବାଦକୁ ଉତ୍ସାହିତ କରିବା ସହ ସାମ୍ପ୍ରତିକି ସମସ୍ୟା ବିରୋଧରେ ଲଢେଇ କରିବା ଭଳି ନିର୍ଣ୍ଣାୟକ କାର୍ଯ୍ୟ କରିବାକୁ ପଡ଼ିବ। ଏହା ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏକାଠି ହୋଇ କାର୍ଯ୍ୟ କରିବେ ବା ବହୁପକ୍ଷବାଦକୁ ଉଜାଗର କରିବାକୁ ହେବ । କିଭଳି ଏହା ହାସଲ କରିହେବ ସେଥିପାଇଁ ତପତ୍ରତା ପ୍ରକାଶ କରିବା ଆବଶ୍ୟକ।
ଏହି ଲକ୍ଷ୍ୟପ୍ରାପ୍ତି ପାଇଁ ସାମଗ୍ରିକ ସହଯୋଗ ଏବଂ ବିଶ୍ୱାସର ଭାବନା ହିଁ ଲୋଡା। କିନ୍ତୁ ମାର୍ଚ୍ଚ ୨୦୨୦ରେ କୋଭିଡ୍‌ ମହାମାରୀ ସମୟରେ ବିଶ୍ୱସ୍ତରରେ ଯୁଦ୍ଧ ବିରତି ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଅନୁରୋଧ ପ୍ରତି ସାମଗ୍ରିକ ପ୍ରତିକ୍ରିୟା ଅତ୍ୟନ୍ତ ନିରାଶାଜନକ ରହିବା ଲକ୍ଷ୍ୟକରାଯାଇଛି। ଏଥିରୁ ଲକ୍ଷ୍ୟଠାରୁ ଦୂରେଇ ରହିବା ଓ ବିଶ୍ୱାସର ଅଭାବ ପ୍ରତିପାଦିତ ହୋଇଥିଲା। ଏହା ସତ ଯେ,ଗୁଟେରେସଙ୍କ ଆହ୍ବାନ ଅକାଟ୍ୟ ଥିଲା ଓ ଗତବର୍ଷ ଏପ୍ରିଲ ପ୍ରାରମ୍ଭରୁ ୧୧ଟି ଦେଶରେ ଯୁଦ୍ଧରେ ଲିପ୍ତ ପକ୍ଷଗୁଡ଼ିକ ଏହାକୁ ମାନି ନେଇଥିଲେ ବୋଲି ଜାତିସଂଘ ଆକଳନ କରିଥିଲା। କିନ୍ତୁ ଜାତିସଂଘ ସୁରକ୍ଷା ପରିଷଦ ଗୁଟେରେସଙ୍କ ଜରୁରୀ ଅନୁରୋଧ ସମର୍ଥନରେ ଏକ ପ୍ରସ୍ତାବ ପାସ୍‌ କରିବାକୁ ଆଉ ୩ ମାସରୁ ଅଧିକ ସମୟ ନେଇଗଲା। ଏଣୁ ବହୁ ସଂଘର୍ଷ ବା ଯୁଦ୍ଧ ପୂର୍ବରୁ ଯେମିତି ଚାଲିଥିଲା ୨୦୨୦ରେ ମଧ୍ୟ ସେମିତି ଚାଲିଲା ଓ ଏବେ ବି ତୀବ୍ର ଭାବେ ବଢ଼ିବାରେ ଲାଗିଛି। ଏହାଦ୍ୱାରା ନିରସ୍ତ୍ର ନାଗରିକଙ୍କ ଜୀବନ ଧ୍ୱଂସ ହୋଇଆସୁଛି। ୨୦୨୦ ମଧ୍ୟ ସୁଦ୍ଧା ହିଂସକ ସଂଘର୍ଷ ଯୋଗୁ ପାଖାପାଖି ୮୦ ମିଲିିୟନ ଲୋକ ବଳପୂର୍ବକ ବିସ୍ଥାପିତ ହୋଇଥିଲେ । ସଂଘର୍ଷ ଯୋଗୁ ସେହି ବର୍ଷ ଶେଷ ସୁଦ୍ଧା ପ୍ରାୟ ୧୦୦ ମିଲିୟନ ଲୋକ ଗୁରୁତର ଖାଦ୍ୟ ଅସୁରକ୍ଷା ବା ଅଭାବର ସମ୍ମୁଖୀନ ହୋଇଥିତ୍ଲେ। ଏହି ସଂଖ୍ୟା ୨୦୧୯ରେ ଥିଲା ୭୭ ମିଲିୟନ। ବିଶେଷକରି ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ସାମଗ୍ରିକ ବିଫଳତା ଅତ୍ୟନ୍ତ ନିନ୍ଦନୀୟ। ଏହା ମଧ୍ୟ ସେମାନଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛି। କିନ୍ତୁ କେବଳ କୋଭିଡ୍‌-୧୯ରେ ବିଶ୍ୱର ବହୁ ନେତାଙ୍କ ବିଫଳତାକୁ ଦେଖିଲେ ଆମେ ବି ପରିଷଦର ଅକ୍ଷମତା ବା ଶିଥିଳତାକୁ ବୁଝିପାରିବା। ଏହା ସହ ମହାମାରୀକୁ ରୋକିବାରେ ସମନ୍ବୟ ଓ ସୂଚନା ପ୍ରଦାନରେ ଅଭାବ, ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାରେ ଜି୨୦ର ସହଯୋଗର ଅଭାବ, ଗରିବ ତଥା ନିମ୍ନ ଆୟବର୍ଗର ଦେଶଗୁଡ଼ିକୁ ଆର୍ଥିକ ସହାୟତାରେ ହ୍ରାସ ଏବଂ ଟିକାକରଣରେ ଭେଦଭାବର ନୈତିକ ବିପର୍ଯ୍ୟୟ ପରିଲକ୍ଷିତ ହୋଇଛି। ଆହ୍ବାନ ଓ ନିରାଶାର ଏହି ଅଭିଯୋଗଗୁଡ଼ିକୁ ବିଚାରକୁ ନେଲେ ଯେ କେହି ନିରାଶାବାଦୀ ହେବା ସହଜ। କିନ୍ତୁ ବିଫଳତାକୁ ଗ୍ରହଣ କରି ଆମେ ଯୁଦ୍ଧର ଯନ୍ତ୍ରଣା ଓ କ୍ଷତି ସହି ନ ଥିବା ସୁବିଧାବାଦୀ ବିଶ୍ୱ ପ୍ରତି କେବଳ ଅନୁଗ୍ରହ ପ୍ରକାଶ କରିବା ହିଁ ସାର ହେବ। କେବଳ ଏତିକି ନୁହେଁ, ଯୁଦ୍ଧ ପୀଡିତଙ୍କ ପ୍ରତି ଏହା ଧୋକା ହେବ। ଏଣୁ ପରିସ୍ଥିତିରେ ସୁଧାର ଲାଗି ଆମର ଆଶା ଓ ବିଶ୍ୱାସ ଏବଂ ପ୍ରତିବଦ୍ଧତା ରହିବା ଆବଶ୍ୟକ।
ମୋ ମତରେ, ମୁଁ ଏଥିତ୍ପ୍ରତି ଆଶାବାଦୀ। ମୋର ବିଶ୍ୱାସ ବି ଅଛି । ଦୃଢ ନିଶ୍ଚତ ଯେ, ଆମେ ମହାମାରୀରୁ ଉଦ୍ଧାର ପାଇ ସ୍ଥିିତିରେ ସୁଧାର ଆଣିବାରେ ସକ୍ଷମ ହୋଇପାରିବା। ମୋ ଦେଶର ପ୍ରତିଷ୍ଠିତ ଲେଖକ ତଥା ନୋବେଲ ପୁରସ୍କାର ବିଜେତା ଗାବ୍ରିଏଲ ଗ୍ରାସିଆ ମରକ୍ୱେଜଙ୍କ କଥା ଅନୁସାରେ ଏହା ହାସଲ କରିବାକୁ ହେବ। ତାଙ୍କ ମତରେ,ବନ୍ୟା କି ପ୍ଲେଗ୍‌ ନୁହେଁ, ଦୁର୍ଭିକ୍ଷ କି ମହାପ୍ରଳୟ ନୁହେଁ କିମ୍ବା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ଚିରକାଳିକ ଯୁଦ୍ଧ ମୃତ୍ୟୁ ଉପରେ ଜୀବନର ଲଗାତର ଶ୍ରେଷ୍ଠତାପଣକୁ ପରାସ୍ତ କରିବାକୁ ସକ୍ଷମ ହୋଇପାରିନାହିଁ। ଏହି ଭାବନାରେ ଶାନ୍ତି ପ୍ରତିଷ୍ଠାର କାର୍ଯ୍ୟ ବା ଦାୟିତ୍ୱରେ ଆମେ ସଫଳତା ହାସଲ କରିବା ଆବଶ୍ୟକ।
ନୋବେଲ ଶାନ୍ତି ପୁରସ୍ବାର ବିଜେତା ତଥା କଲମ୍ବିଆର ପୂର୍ବତନ ରାଷ୍ଟ୍ରପତି


All Right Reserved By Dharitri.Com





Source link

Leave a Reply

Your email address will not be published. Required fields are marked *