Sunday, September 26, 2021
HomeGanjamଏସିଫ ମୌମ୍ୟରଞ୍ଜନ ମୃତ୍ୟୁ ଘଟଣା..ବଲାଙ୍ଗିର ଯାଇଥିବା ଗଜପତି ପୁଲିସର ୫ ଜଣଆ ଟିମି ପାରଳାଖେମଣ୍ଡି ଫେରିଲେ

ଏସିଫ ମୌମ୍ୟରଞ୍ଜନ ମୃତ୍ୟୁ ଘଟଣା..ବଲାଙ୍ଗିର ଯାଇଥିବା ଗଜପତି ପୁଲିସର ୫ ଜଣଆ ଟିମି ପାରଳାଖେମଣ୍ଡି ଫେରିଲେ


ରା,ଉଦୟଗିରି-(ଜେଏମଜେ ନ୍ୟୁଜ/ମନୋଜ ପାଢ଼ୀ ): ପାରଳାଖେମଣ୍ଡିଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବହୁ ଚଛିତ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ପାରଳା ପୁଲିସର ଅପରେସନ ବଲାଙ୍ଗୀରରୁ ତଥ୍ୟ ସଂଗ୍ରହ କରି ପୁଲିସର ୫ଜଣଆ ତଦନ୍ତକାରୀ ଦଳ ପାରଳାଖେମଣ୍ଡି ଫେରିଛନ୍ତି । ମୃତ୍ୟୁ ଘଟଣାର ଗୁମର ଖୋଲିବା ପାଇଁ ପାରଳା ପୁଲିସ ବଲାଙ୍ଗୀରରୁ ସଂଗୃହୀତ ତଥ୍ୟକୁ ନେଇ ତନାଘନା ଜାରି ରଖିଛି । ଅପରେସନ ବଲାଙ୍ଗୀର ଟିମ୍ରର ମୁଖ୍ୟ ପାରଳାଖେମଣ୍ଡି ଆଦର୍ଶ ଥାନା ଅଧିକାରୀ ନିବେକାନନ୍ଦ ସ୍ବାଇଁ ଏନେଇ କହିଛନ୍ତି ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପାଠ ପଢିଥିବା ବଲାଙ୍ଗୀର ଠାରେ ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ପହଞ୍ଚି ବ୍ୟାପକ ଭାବେ ତଦନ୍ତ କରାଯାଇଥିଲା । ଏହି କେନ୍ଦ୍ରର ଡେପୁଟି ଡାଇରେକଟର , ବ୍ଲର୍କ ଓ ପିଅନଙ୍କୁ ବିଭିନ୍ନ ଭାବେ ପଚରା ଉଚୁରା କରାଯାଇଥିଲା ଏମାନଙ୍କର ବିଭିନ୍ନ ଷ୍ଟେଟମେଣ୍ଟକୁ ରେକର୍ଡ ମଧ୍ୟ କରାଯାଇଛି । ବଲାଙ୍ଗୀରର ଏହି କେନ୍ଦ୍ରରୁ କିଛି ଡକ୍ୟୁମେଣ୍ଟକୁ ରେକର୍ଡ ମଧ୍ୟ କରାଯାଇଛି । ବଲାଙ୍ଗୀରର ଏହି କେନ୍ଦ୍ରରୁ କିଛି ଡକ୍ୟୁମେଣ୍ଟ ମଧ୍ୟ ପୁଲିସ ସିଜ କରି ତଦନ୍ତ ଜାରୀ ରଖିଛି । ସମସ୍ତ ଦିଗକୁ ଅନୁସରଣ କରି ଆବଶ୍ୟକୀୟ ଅନୁଧ୍ୟାନ ଓ ତଦନ୍ତ ଚାଲୁରହିଥିବା ଜଣାପଡିଛି ।



Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments