Sunday, September 26, 2021
HomeGanjamକୋଟପାଡ଼ ର ଗୌରବ, କୁନି ପ୍ରତିଭା “ପିଙ୍କି “.. – JMJ NEWS

କୋଟପାଡ଼ ର ଗୌରବ, କୁନି ପ୍ରତିଭା “ପିଙ୍କି “.. – JMJ NEWS


କୋଟପାଡ଼:(ଜେଏମଜେ ନ୍ୟୁଜ/ରଶ୍ମିତା ପାଣିଗ୍ରାହୀ): ବଣ ମଲ୍ଲୀ ବଣରେ ଫୁଟିଛି, କିନ୍ତୁ ଜଗତକୁ ସୁବାସିତ କରିବାର ଚେଷ୍ଟା ରଖି ଆଗକୁ ମାଡିଚାଲିଛି. ଆଜ୍ଞା.. ହଁ, କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଏସ.ବି.ନୂଆଗାଁ ପଞ୍ଚାୟତରେ ପିଙ୍କି ହରିଜନଙ୍କ ଜନ୍ମ l ୦୮/୦୮/୨୦୦୯ ରେ ଗ୍ରହଣ କରି,ପିତା ପୂର୍ଣ୍ଣ ଚନ୍ଦ୍ର ହରିଜନଙ୍କ ତତ୍ୱାବଧାନରେ ଆଜି ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ଦର୍ଶାଇ ଆଗଧାଡ଼ିରେ ଠିଆ ହେବାପାଇଁ ନିୟତି ତାଙ୍କୁ ବାଧ୍ୟ କରିଛି l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏକ ଛୋଟ ଗାଁରେ ଜନ୍ମ ଲାଭକରି ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହୋଇ ଆଗକୁ ବଢିବା ପ୍ରୟାସ ଜାରି ରଖିଚନ୍ତି l ପିଙ୍କି ଏକ ଉଚ୍ଚ କୋଟିର କରାଟେ ଖେଳାଳି ଏବଂ ବହୁ ଆନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟ ସ୍ଥରରେ ପଦକ ଲାଭ କରିପାରିଛନ୍ତି l ଚଳିତ ଜୁଲାଇ ମାସର 18 ତାରିଖରେ ଏକ ରାଜ୍ୟ ସ୍ଥରୀୟ ଭରଚୁଆଲ ପେଙ୍କାକ ପ୍ରତିଯୋଗିତାରେ ନିଜ ପ୍ରତିଭାର ଭିଡିଓ ମାଧ୍ୟମରେ ରୌପ୍ୟ ପଦକ ଲାଭ କରିଥବା ସ୍ଥଳେ ପୂର୍ବରୁ ଅନେକ ପଦକ ହାସଲ ବି କରିସାରିଛନ୍ତି l ସେଥି ମଧ୍ୟରୁ 2020 ମସିହାରେ ଆନ୍ତର୍ଜାତୀୟ କ୍ଷେତ୍ରର ଦୁଇଟି ଇଭେଣ୍ଟରେ ଗୋଟେ ରୌପ୍ୟ ସହ ଗୋଟେ ବ୍ରୋଞ୍ଜ ମେଡାଲ ପ୍ରାପ୍ତ କରି ଦୁଇଟି ଅନ୍ତର୍ଜାତୀୟ ପଦକ ବିଶାଖାପାଟଣା ଠାରେ ହାସଲ କରି ପାରିଥିଲେ ଓ ବହୁ ଦେଶର ପ୍ରତିଯୋଗୀଙ୍କୁ ସେଠାରେ ମାତ ଦେବାରେ ସମର୍ଥ ହୋଇଥିଲେ l ଜାତୀୟ ସ୍ଥରରେ ହରିୟାନାର କୁରୁକ୍ଷେତ୍ର ଓ ଶ୍ରୀନଗର ଠାରେ ହୋଇଥବା ପ୍ରତିଯୋଗିତାରେ 2019 ମସିହାରେ ଦୁଇଗୋଟି ସ୍ବର୍ଣ୍ଣପଦକ ଗୋଟେ ରୌପ୍ୟ ଓ ଗୋଟେ ବ୍ରୋଞ୍ଜପଦକ ହାସଲ କରିଥିବା ବେଳେ ରାଜ୍ୟ ସ୍ତରରେ ଗୋଟିଏ ବ୍ରୋଞ୍ଜମେଡାଲ ହାସଲ କରିବାରେ ସମର୍ଥ ହୋଇଥିବାବେଳେ ଅନ୍ୟାନ୍ୟ ଛୋଟ ପ୍ରତିଯୋଗିତାରେ ନିଜ ବର୍ଚ୍ଚସ୍ୱ ଜାହିର କରିବାରେ ପଛଘୁଞ୍ଚା ଦେଇନାହାନ୍ତି l ଏହିଭଳି ଅନନ୍ୟ ପ୍ରତିଭାଶାଳୀ କୁନି ଝିଅକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଥମ ଥର ସୋସିଆଲ ମେଡ଼ିଆର “ଆମ କୋଟପାଡ଼” ଫେସବୂକ ଓ ୱାଟସ ଅପ ଗ୍ରୁପ ଏଡମିନଙ୍କ ଦ୍ୱାରା ପ୍ରୟାସ କାରିବା ପରେ ଅନେକ ପ୍ରସଂସାର ସୁଅ ଛୁଟି ଗଣ ମାଧ୍ୟମରେ ବି ପ୍ରସାରିତ ହେବାର ଦେଖା ଦେଇଥିଲା l କିନ୍ତୁ ଏହିଭଳି ବିରଳ ପ୍ରତିଭାଶାଳୀ ଶିଶୁଙ୍କୁ କୌଣସି ସରକାରୀ ସହାୟତା ଓ ପ୍ରୋତ୍ସାହନ ମିଳିବାର ଦୃଷ୍ଟିକୁ ନ ଆସିବା ବେଳେ ନିଜ କ୍ରିଡାଭ୍ୟାସରେ ଆଧୁନିକ ଉପକରଣ ଅଭାବରେ ପିଙ୍କିଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡୁଛି l ଆମ ପ୍ରାଇମ ଓଡ଼ିଶାର ପ୍ରତିନିଧି ଓ ସାଂସଦ ପ୍ରତିନିଧି ଶ୍ରୀ ସୁଶାନ୍ତ ବକ୍ସିଙ୍କ ଦ୍ୱାରା କନ୍ୟାଙ୍କ ପିତା ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ବିଶେଷ ଭାବେ ଆନୁରୋଧ କରିଛନ୍ତି ଯେ ସେହି ପ୍ରତିଭା ସମ୍ପନ୍ନା କୁନିଝିଅକୁ ସମସ୍ତ ସରକାରୀ ସହାୟତା ଦେବା ସହ ଉଚ୍ଚସ୍ତରୀୟ ଶିକ୍ଷକ ଏବଂ ଏକ ଉପଯୁକ୍ତ କୋଚ ର ବନ୍ଦୋବସ୍ତ କରାଗଲେ ଦେଶ ତଥା ଗାଆଁର ନାଁକୁ ଆହୁରି ଶୀର୍ଷ ସ୍ଥାନକୁ ନେବାପାଇଁ ତାଙ୍କ ଝିଅ ପ୍ରୟାସ କାରିବ l ଅନ୍ତର୍ଜାତୀୟ ମାନବାଧିକାର ପରିଷଦର କୋଟପାଡ଼ ବ୍ଲକ ସଭାପତି ତଥା ଗୋପବନ୍ଧୁ ପାଠାଗାରର ସମ୍ପାଦକ ଶ୍ରୀ ଦେବୀ ପ୍ରସାଦ ପଣ୍ଡା,ଶୁଭ୍ରା ସଂଗଠନ,କୋଟପାଡ଼ ଚାମ୍ବର ଅଫ କମର୍ସ ଓ ଗୋପବନ୍ଧୁ ପାଠାଗାରର ସଭାପତି Dr.ଗଣେଶ ଚନ୍ଦ୍ର ପଣ୍ଡା, ଉପ ସଭାପତି ଶ୍ରୀ ଅଜିତ ପାତ୍ର, ରଞ୍ଜନ ମହୁରୀଆ, ହେମନ୍ତ ପାତ୍ର, ତ୍ରିପତି ବାଗା,ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର ପ୍ରସାଦ ନାୟକ ଏନପିଏସ କୋଟପାଡ଼ ବ୍ଲୁକ ସଭାପତି ଶ୍ରୀ ସନ୍ତୋଷ କୁମାର ଦୁର୍ବେ,ସିଆର ସିସି ଶ୍ରୀ ସୋମନାଥ ଅମନାତ୍ୟ ସହ ସମସ୍ତ ଉପଦେଷ୍ଟା ଓ ସଭ୍ୟ ଅନୁଷ୍ଠାନ ତରଫରୁ ଏହିଭଳି ଅନନ୍ୟ ପ୍ରତିଭା ସଂପନ୍ନା କୁନି ଝିଅର ଭୁୟସୀ ପ୍ରଶଂସା କରି ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l



Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments