Sunday, September 26, 2021
HomeOdishaରୁମ୍‌ କ୍ୱାରେଣ୍ଟିନରେ ଟିମ୍‌ ଇଣ୍ଡିଆ ଖେଳାଳି - Dharitri

ରୁମ୍‌ କ୍ୱାରେଣ୍ଟିନରେ ଟିମ୍‌ ଇଣ୍ଡିଆ ଖେଳାଳି – Dharitri


କଲମ୍ବୋ,୨୭।୭: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସିରିଜ୍‌ର ବଳକା ଦୁଇ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି କ୍ରୁନାଲ। ତାଙ୍କୁ ଏବେ ୭ ଦିନିଆ ଆଇସୋଲେଶନରେ ରହିବାକୁ ପଡ଼ିବ। ଅନ୍ୟ ଖେଳାଳିମାନେ ରୁମ୍‌ କ୍ୱାରେଣ୍ଟିନରେ ଅଛନ୍ତି। ଏ ନେଇ ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି।

ଦଳର ପ୍ରତ୍ୟେକ ସଦ୍ୟସଙ୍କ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମସ୍ତେ ରୁମ୍‌ କ୍ୱାରେଣ୍ଟିନରେ ରହିବେ। କ୍ରୁନାଲଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପୁଣି ଥରେ ସମସ୍ତ ଖେଳାଳିଙ୍କ ଟେଷ୍ଟ କରାଯାଇଛି। ତେବେ ଶ୍ରୀଲଙ୍କାର ସ୍ବାସ୍ଥ୍ୟ ସୁରକ୍ଷା ପ୍ରୋଟୋକଲ୍ସ କାରଣରୁ କ୍ରୁନାଲ ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ସହ ୩୦ ତାରିଖରେ ସ୍ବଦେଶ ଫେରିପାରିବେ ନାହିଁ।

୨୦ ଜଣିଆ ଭାରତୀୟ ଦଳ ଶ୍ରୀଲଙ୍କାରେ ଅଛି। ଏମାନଙ୍କ ଛଡ଼ା ଦଳ ସହ ଅଛନ୍ତି ୪ ଷ୍ଟାଣ୍ଡ୍‌ବାଇ ନେଟ୍‌ ବୋଲର। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ବୁଧବାର ଓ ଗୁରୁବାର ଲଗାତାର ମ୍ୟାଚ୍‌ ଖେଳାଯିବ।


All Right Reserved By Dharitri.Com





Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments