Sunday, September 26, 2021
HomeGanjamମୂକସାକ୍ଷୀ ଗୁଡିକରୁ କଥା ବାହାର କରିବାରେ ପଦ୍ମଶ୍ରୀ ଡଃ.ସତ୍ୟନାରାୟଣ ରାଜଗୁରୁଙ୍କ ବିଶେଷ ପାରଙ୍ଗମତା ରହିଥିଲା

ମୂକସାକ୍ଷୀ ଗୁଡିକରୁ କଥା ବାହାର କରିବାରେ ପଦ୍ମଶ୍ରୀ ଡଃ.ସତ୍ୟନାରାୟଣ ରାଜଗୁରୁଙ୍କ ବିଶେଷ ପାରଙ୍ଗମତା ରହିଥିଲା


ଆର,ଉଦୟଗିରି-:(ଜେଏମଜେ ନ୍ୟୁଜ/ମନୋଜ ପାଢ଼ୀ) ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହରେ ପଦ୍ମଶ୍ରୀ ଡଃ.ସତ୍ୟନାରାୟଣ ରାଜୁଗୁୁରୁଙ୍କ ୧୧୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଡଃ.ସତ୍ୟନାରୟଣ ରାଜୁଗୁରୁ ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ ।ଡଃ.ସତ୍ୟନାରୟଣ ରାଜୁଗୁରୁ ସ୍ମୃତି ସଂସଦର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାନନ୍ଦ ବେବର୍ତ୍ତା ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଉଦ୍ଧେଶ୍ୟ ସାଧନ ନିମନ୍ତେ କିଭଳି ଲଢିବାକୁ ହୁଏ ତାହା ପଦ୍ମଶ୍ରୀ ଡଃ.ସତ୍ୟନାରୟଣ ରାଜୁଗୁରୁଙ୍କ ଜୀବନର ପ୍ରାଥମିକତା ଥିଲା ବୋଲି କହିଥିଲେ । ଡଃ.ସତ୍ୟନାରୟଣ ରାଜୁଗୁରୁ ସ୍ମୃତି ସଂସଦର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ମୂଖ୍ୟ ବିନ୍ଧାଣୀ ଥିଲେ ସତ କିନ୍ତୁ ସତ୍ୟନାରାୟଣ ରାଜୁଗୁରୁ ଅବଦାନ ବିନା ତାହା ଅସମ୍ଭବ ଥିଲା ବୋଲି ନିଜ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ସରୋଜ କୁମାର ପଣ୍ଡା ପଦ୍ମଶ୍ରୀ ଡଃ ସତ୍ୟ ନାରାୟଣ ରାଜଗୁରୁ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଥିଲେ । ମୂକସାକ୍ଷୀ ଗୁଡିକରୁ କଥା ବାହାର କରିବାରେ ତାଙ୍କର ବିଶେଷ ପାରଙ୍ଗମତା ରହିଥିଲା । ତାଙ୍କର ନାଟକ ଗୁଡିକରେ ଐତିହାସିକ ପୃଷ୍ଠଭୂମି ରହୁଥିଲା ଏବଂ ବିଭିନ୍ନ ତଥ୍ୟର ରହସ୍ୟ ଉନ୍ମୋଚନ କରିବାରେ ସେ ସିଦ୍ଧହସ୍ତ ଥିଲେ ବୋଲି ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଥଲେ । ଅଧ୍ୟାପିକା ଡଃ କଲ।।ଣୀ ମିଶ୍ର ତାଙ୍କ ବକ୍ତବ୍ୟରେ ପଦ୍ମଶ୍ରୀ ଡଃ.ସତ୍ୟନାରାୟଣ ରାଜୁଗୁୁରୁ ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ । ଏହି ଅବସରରେ ସୀତାକାନ୍ତ ରାଜଗୁରୁଙ୍କୁ ସଂସଦ ତରଫରୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ନ୍ଧନା କରାଯାଇଥିଲା । ସଂସଦର ସମ୍ପାଦକ ବିନୋଦ ଚନ୍ଦ୍ର ଜେନା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଶାଲତା ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୀନା କୁମାରୀ ଟହଲ ଧନ୍ୟବାଦ ଅର୍ପଣ କରିଥିଲେ ।



Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments