Sunday, September 26, 2021
HomeGanjamହାତ ଛାଡ଼ି ଶଙ୍ଖ ଧରିଲେ ଚନ୍ଦ୍ରଶେଖର – JMJ NEWS

ହାତ ଛାଡ଼ି ଶଙ୍ଖ ଧରିଲେ ଚନ୍ଦ୍ରଶେଖର – JMJ NEWS


କୋଟପାଡ଼:(ଜେଏମଜେ ନ୍ୟୁଜ/ରଶ୍ମିତା ପାଣିଗ୍ରାହୀ ): ଆଜି କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ନିର୍ବାଚନ ମଣ୍ଡଳୀ ର ପୂର୍ବତନ କଂଗ୍ରେସ ଦଳର ବିଧାୟକ ଶ୍ରୀ ଚନ୍ଦ୍ର ଶେଖର ମାଝୀ କଂଗ୍ରେସ ଛାଡି ଆସନ୍ତା କାଲି ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ସାମିଲ ହେବାକୁ ଯାଉଛନ୍ତି।ସୂଚନା ଯୋଗ୍ୟ ଯେ ଗତ ବିଧାନ ସଭା ନିର୍ବାଚନ ରେ କଂଗ୍ରେସ,ବିଜେପି ଓ ବିଜେଡ଼ି ଦଳ ମଧ୍ୟରେ ତ୍ରିକୋଣିୟ ଲଢେଇ ହୋଇଥିଲା।ଏଥିରେ ଚନ୍ଦ୍ର ଶେଖର ମାଝୀ କଂଗ୍ରେସ ଦଳର ପ୍ରାର୍ଥୀ ଅଳ୍ପ ବ୍ୟବଧାନରେ ଶ୍ରୀମତୀ ପଦ୍ମିନୀ ଦିଆନ ଙ୍କ ଠାରୁ ପରାଜିତ ହୋଇଥିଲେ ଏବଂ ସେହିଦିନଠାରୁ ଶ୍ରୀ ମାଝୀ କଂଗ୍ରେସ ଦଳର କୌଣସି ସକ୍ରିୟ ଭୂମିକା ନେଇନଥିଲେ।ଆଜି କିନ୍ତୁ ବହୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି।ଶ୍ରୀ ମାଝୀ ତାଙ୍କ ନିର୍ବାଚନ ମଣ୍ଡଳୀରୁକୋଟପାଡ଼,ବୋରିଗୁମ୍ମା,କୁନ୍ଦୁରା ଓ ବୈପାରିଗୁଡାର ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳର ନବୀନ ନିବାସ କୁ ଯାଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେବେ। ଏ ସମ୍ପର୍କରେ କଂଗ୍ରେସ ଦଳର ପିସିସି ସଭ୍ୟ ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଙ୍କୁ ପଚାରିବୁଝିବାରୁ ଚନ୍ଦ୍ର ଶେଖର ମାଝୀ କୋଟପାଡ଼ କଂଗ୍ରେସ ଦଳରେ କିମ୍ବା ଜିଲ୍ଲା କଂଗ୍ରେସ କମିଟି ରେ ଇସ୍ତଫାପତ୍ର ଦେଇନାହାନ୍ତି।ସେ ସିଧାସଳଖ ପିସିସି ସଭାପତି ଙ୍କୁ ଇସ୍ତଫା ପତ୍ର ଦେବେ ବୋଲି ଜଣାଇଛନ୍ତି। କଂଗ୍ରେସ ଦଳ ଦୀର୍ଘ ଦଶନ୍ଧି ଧରି ନିର୍ବାଚନ ମଣ୍ଡଳୀ କୁ ନିଜ ଅକ୍ତିଆର ରେ ରଖିଥିଲା ବେଳେ ବର୍ତମାନ ଚନ୍ଦ୍ର ଶେଖର ମାଝୀ କଂଗ୍ରେସ ଛାଡି ବିଜେଡ଼ି ରେ ସାମିଲ୍ ହେବା ଘଟଣାକୁ ସହଜରେ ଜନସାଧାରଣ ଗ୍ରହଣ କରିପାରୁନାହାନ୍ତି। ଏକଦା କଂଗ୍ରେସ ର ଗଡ ବୋଲାଉଥିବା କୋଟପାଡ଼ ଆଜି ପୁରା ଭୁଷୁଡି ପଡିଛି।କୋଟପାଡ଼ ସହରରେ ଚନ୍ଦ୍ର ଶେଖର ମାଝୀ ଦଳ ଛାଡ଼ିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି।ଗତ ୧୯୬୮ ମସିହାରେ ସୂର୍ଯ୍ୟ ନାରାୟଣ ମାଝୀ ପୂର୍ବତନ କଂଗ୍ରେସ ବିଧାୟକ ଥିବା ସମୟରେ ତତ୍କାଳିନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ଗିରଲା ଗ୍ରାମକୁ ଆସି ତାଙ୍କୁ ଜନତା ଦଳରେ ମିଶିବାକୁକହିଥିଲେ।କିନ୍ତୁ ଶ୍ରୀ ମାଝୀ ମନା କରିଦେଇଥିଲେ।ଏହାପରେ ତାଙ୍କ ପୁତୁରା ସ୍ବର୍ଗତ ବାସୁଦେବ ମାଝୀ ଲଗାତାର ଆଠଥର ବିଧାୟକ ହୋଇ କୋଟପାଡ଼ ତଥା ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲେ।ମାତ୍ର ହଠାତ୍ ତାଙ୍କ ଭାଇ ଶ୍ରୀ ଚନ୍ଦ୍ର ଶେଖର ମାଝୀ ବିଜୁ ଜନତା ଦଳରେ ସାମିଲ ହେବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରୁଥିବା ବେଳେ,କୋଟପାଡ଼ କଂଗ୍ରେସ ଦଳର ନେତାମାନେ ମଧ୍ୟ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।ଅପର ପକ୍ଷରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ତାଙ୍କର ସମର୍ଥକ ମନେ କେତେଦୂର ପୂର୍ବତନ ବିଧାୟକଙ୍କୁ ଗ୍ରହଣ କରିବେ ତାହା ଚର୍ଚ୍ଚା ର ବିଷୟ ପାଲଟିଛି l



Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments