Sunday, September 26, 2021
HomeOdishaଯୁବତୀଙ୍କୁ ରାସ୍ତା ଉପରେ ନାଚିବା ପଡ଼ିଲା ମହଙ୍ଗା - Dharitri

ଯୁବତୀଙ୍କୁ ରାସ୍ତା ଉପରେ ନାଚିବା ପଡ଼ିଲା ମହଙ୍ଗା – Dharitri


ଇନ୍ଦୋର,୧୫।୯: ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍‌ ସିଗନାଲର ଫାଇଦା ଉଠାଇ ଜଣେ ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି ଇନ୍‌ଷ୍ଟାଗ୍ରାମରେ। ଏହି ଭିଡିଓ ଯୁବତୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଟ୍ରାଫିକ୍‌ ନିୟମ ଭାଙ୍ଗିବା କାରଣରୁ ପୋଲିସ ତାଙ୍କୁ ନୋଟିସ ଜାରି କରିଛି।

ଯୁବତୀ ଜଣକ ହେଲେ ସ୍ରେୟା କଲ୍ରା। ତିନ ଦିନ ତଳେ ସେ ଶେୟାର କରିଥିବା ଭିଡିଓ ଖୁବ୍‌ ଭାଇରାଲ ହୋଇଯାଇଛି। ଭିଡିଓରେ ଯୁବତୀ ଜଣକ କଳା ରଙ୍ଗର ପୋଷାକ ପିନ୍ଧିଥିଲେ। ଜେବ୍ରାକ୍ରସିଂ ଉପରେ ସେ ଡ୍ୟାନ୍ସ ଭିଡିଓ ଶୁଟିଂ କରିଥିଲେ। ଏବେ ସ୍ରେୟା କଲ୍ରା ଭିଡିଓର କ୍ୟାପ୍ସନ ଅପଟେଡ କରି ଟ୍ରାଫିକ ନିୟମ ମାନିବା ଓ ମାସ୍କ ପିନ୍ଧିବା ପାଇଁ ତାଙ୍କ ଫଲୋର୍ସଙ୍କୁ କହିଛନ୍ତି।

The post ଯୁବତୀଙ୍କୁ ରାସ୍ତା ଉପରେ ନାଚିବା ପଡ଼ିଲା ମହଙ୍ଗା appeared first on Dharitri Odia News.



Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments