Sunday, September 26, 2021
HomeOdishaରଖେ ହରି ମାରେ କିଏ; ୨ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହେଲେ ନାବାଳକ -...

ରଖେ ହରି ମାରେ କିଏ; ୨ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହେଲେ ନାବାଳକ – Dharitri


ଜେନାପୁର,୧୪ା୯(ଡି.ଏନ.ଏ.): କଥାରେ ଅଛି ରଖେ ହରି ମାରେ କିଏ। ଏହି ଉକ୍ତିକୁ ପ୍ରମାଣ କରିଦେଲା ଭଳି ଘଟଣା ଘଟିଛି ଯାଜପୁର ଜିଲା ଜେନାପୁର ଥାନା ଅଧୀନ ଏଣ୍ଡଳବା ପଞ୍ଚାୟତର ନୌକା ଘାଟରେ। ମଙ୍ଗଳବାର ଜଣେ ନାବାଳକ ବ୍ରାହ୍ମଣୀ ନଦୀର ଭାସି ଯାଇଥିଲେ। ଦୀର୍ଘ ୨୧ କି.ମି. ଭାସିବା ପରେ ତାଙ୍କୁ ଉଦ୍ଧାର କରିଛନ୍ତି ଏଣ୍ଡଳବାର ନାବିକମାନେ।

ଉଦ୍ଧାର ନାବାଳକ ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗରସ୍ଥିତ ପଣ୍ଡୁଆ ଗ୍ରାମର ସୁଶାନ୍ତ ବାରିକଙ୍କ ପୁଅ ଅଲ୍‌ହା(୧୭)। ସମ୍ପୃକ୍ତ ନାବାଳକ ତାଙ୍କ ମାମୁଘର ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଦିଗାମ୍ବରପୁର ପଞ୍ଚାୟତ ପଥରକଣି ଗ୍ରାମର ପୀତବାସ ବାରିକଙ୍କ ଘରେ ରହୁଥିଲେ। ସକାଳେ ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ସଂଘର୍ଷ ପରେ ସେ ନୂଆ ଜୀବନ ପାଇଛନ୍ତି।

ପ୍ରକାଶ ଯେ, ସକାଳ ପ୍ରାୟ ୧୦ଟାରେ ଏଣ୍ଡଳବାର ଅଭିମନ୍ୟୁ ଦାଶଙ୍କ ନିକଟକୁ ଢେଙ୍କାନାଳ ଜିଲା ପଥରକଣି ଗ୍ରାମରୁ ଏକ ଫୋନ କଲ୍‌ ଆସିଥିଲା। ‘ଜଣେ ପିଲା ବ୍ରାହ୍ମଣୀ ନଦୀ ବନ୍ୟାଜଳରେ ଭାସିଯାଉଛି’ ବୋଲି ଫୋନ୍‌ କରିଥିବା ବ୍ୟକ୍ତି ଜଣାଇଥିଲେ। ଏକଥା ଗ୍ରାମର କେତେଜଣ ସାମାଜିକ କର୍ମୀ ଜାଣିବା ମାତ୍ରେ ନାବିକମାନଙ୍କୁ ଜଣାଇଥିଲେ। ଫଳରେ ଏଣ୍ଡଳବା ବ୍ରାହ୍ମଣୀ ନଦୀ କୂଳରେ ଥିବା କେତେଜଣ ନାବିକ ଓ ସାମାଜିକ କର୍ମୀ ନାବାଳକଙ୍କୁ ଉଦ୍ଧାର କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ନଦୀ ଭିତରୁ ଜଣେ କେହି ହାତ ହଲାଇବାର ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଏମାନେ ଡଙ୍ଗା ନେଇ ନଦୀ ଭିତରୁ ନାବାଳକଙ୍କୁ ଉଦ୍ଧାର କରିଥିଲେ।


All Right Reserved By Dharitri.Com





Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments